Union Cabinet approves for ₹8,307.74 crore six-lane Bhubaneswar Bypass project

Union Cabinet approves for ₹8,307.74 crore six-lane Bhubaneswar Bypass project.ଓଡିଶା ପାଇଁ ଖୁଶି ଖବର, ୮୩୦୭.୭୪କୋଟି ଟଙ୍କାର ପ୍ରକଳ୍ପକୁ ମିଳିଲା ମଞ୍ଜୁରୀ

ଓଡିଶାର ଦୀର୍ଘଦିନର ଦାବିକୁ ପୂରଣ କରି କେନ୍ଦ୍ର କ୍ୟାବିନେଟ୍ ୮୩୦୭.୭୪କୋଟି ଟଙ୍କା ବ୍ୟୟରେ ୧୧୦.୮୭୫ କିମି ଲମ୍ବ ୬ଲେନ୍ ବିଶିଷ୍ଟ ଗ୍ରୀନ ଫିଲ୍ଡ ହାଇୱେ ପ୍ରକଳ୍ପ ନିର୍ମାଣକୁ ମଞ୍ଜୁରୀ ଦେଇଛନ୍ତି | ଯାହା ଖୋର୍ଦ୍ଧାର ରାମେଶ୍ୱରରୁ ଚୌଦ୍ୱାରର ଟାଙ୍ଗୀ ପର୍ଯ୍ୟନ୍ତ ନିର୍ମାଣ ହେବ ଓ ଏହା ଭୁବନେଶ୍ୱର ରିଙ୍ଗରୋଡ୍ ବା ବାଇପାସ୍ ଭାବେ ଲୋକାୟିତ ହେବ | ଏହି ପ୍ରକଳ୍ପକୁ କ୍ୟାବିନେଟର ଅନୁମୋଦନ ମିଳିବା ପରେ ପ୍ରଧାନମନ୍ତ୍ରୀ ମୋଦି ରାଜ୍ୟବାସୀ ବିଶେଷକରି ଭୁବନେଶ୍ୱର ଓ ଏହାର ପାଶ୍ୱର୍ବର୍ତ୍ତୀ ଅଂଚଳର ଲୋକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି |

Fulfilling the long-standing demand of Odisha, the Union Cabinet has approved the construction of a 110.875 km long, 6-lane Greenfield Highway project at a cost of Rs 8307.74 crore.

It will be constructed from Rameshwar in Khordha to Tangi in Choudhar and will be popularly known as Bhubaneswar Ring Road or Bypass. After the Cabinet approval for the project, Prime Minister Modi congratulated the people of the state, especially Bhubaneswar and its surrounding areas.

ସୂଚନାଅନୁଯାୟୀ , ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୀତିକ ବ୍ୟାପାର କ୍ୟାବିନେଟ୍ କମିଟି ବୈଠକରେ ଭୁବନେଶ୍ୱର ବାଇପାସ୍ ବା କ୍ୟାପିଟାଲ ରିଜିଅନ ରିଙ୍ଗ ରୋଡ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି |

ଏହି ପ୍ରକଳ୍ପ ରିଙ୍ଗ୍ ରୋଡ୍ ରାମେଶ୍ୱରଠାରୁ ଚୌଦ୍ୱାରର ଟାଙ୍ଗୀ ପର୍ଯ୍ୟନ୍ତ ନିର୍ମାଣ ହେବ, ଯାହା ଖୋର୍ଦ୍ଧା, ଭୁବନେଶ୍ୱର ଓ କଟକ ସହରର ଜନଗହଳିପୂର୍ଣ୍ଣ ରାସ୍ତାଗୁଡ଼ିକୁ ବାଇପାସ୍ କରି ଭାରି ବାଣିଜ୍ୟିକ ଯାନବାହାନର ଯାତାୟତ ଚାପ ହ୍ରାସ କରିବ | ଏହି ରିଙ୍ଗରୋଡ୍ କାର୍ଯ୍ୟକ୍ଷମ ହେଲେ ଟ୍ରାଫିକ ଜାମ୍ ହ୍ରାସ ପାଇବ, ମାଲ ପରିବହନର ଦକ୍ଷତା ବୃଦ୍ଧି ପାଇବ ଓ ଲଜିଷ୍ଟିକ୍ସ ଖର୍ଚ୍ଚ କମିବ |

According to information, the Cabinet Committee on Economic Affairs chaired by Prime Minister Narendra Modi has approved the Bhubaneswar Bypass or Capital Region Ring Road project.

The project will construct the ring road from Rameswaram to Tangi in Choudharwar, which will bypass the congested roads of Khordha, Bhubaneswar and Cuttack cities and reduce the traffic pressure of heavy commercial vehicles. Once operational, this ring road will reduce traffic jams, increase the efficiency of freight transport and reduce logistics costs.

ତିନୋଟି ପ୍ରମୁଖ ଜାତୀୟ ରାଜପଥ (ଏନଏଚ୍‌-୫୫, ଏନଏଚ୍‌-୫୭ ଓ ଏନଏଚ-୬୫୫) ଏବଂ ଗୋଟିଏ ରାଜ୍ୟ ରାଜପଥ (ଏସଏଚ-୬୫)କୁ ଏହି ରିଙ୍ଗରୋଡ୍ ସଂଯୋଗ କରିବ | ଯାହା ଓଡ଼ିଶାରେ ଅର୍ଥନୈତିକ, ସାମାଜିକ ଓ ଲଜିଷ୍ଟିକ୍ସ ନୋଡଗୁଡ଼ିକୁ ସହଜ ସଂଯୋଗ ପ୍ରଦାନ କରିବ |

The ring road will connect three major national highways (NH-55, NH-57 and NH-655) and one state highway (SH-65), providing easy connectivity to economic, social and logistics nodes in Odisha.

Leave a Comment

Your email address will not be published. Required fields are marked *

Scroll to Top