Positive Changes Ahead: New rules for government schools in Odisha 2025

New rules for government schools in Odisha 2025- ସରକାରୀ ସ୍କୁଲ ପାଇଁ ଆସିଲା ନୂଆ ନିୟମ

New rules have come. This time, teachers of government school students will also wear i-cards. A new identity card (i-card) has been implemented for government primary school teachers and students from the current academic year (2025-26).

New rules for government schools in Odisha 2025-ସରକାରୀ ସ୍କୁଲ ପାଇଁ ଆସିଲା ନୂଆ ନିୟମ

According to the information, a tender has been accepted by the entire education project coordinator at the district level to prepare this i-card in the prescribed format with the ‘logo’ of the Central Government’s PM Shri Yojana.

New rules for government schools in Odisha 2025-The Odisha School Education Programme Authority has directed that students in government and grant-in-aided primary schools of the state will also be provided with this new i-card along with ‘house uniform’ and ‘cap’ with the words ‘Vidyavant Vidyarthi, Bikashit Odisha’ written on it.

Students from class 1 to 8 will be provided with this i-card, uniform, branding along with cap, jeta-socks etc. by the government. It is reported that the color of this i-card will be saffron.

OSEPA State Project Director Sangita Behera wrote a letter to the Education Officers and District Project Coordinators of all the districts on 26th of this month informing about the distribution of uniforms and shoes etc. to students studying from class 1 to 8 in all government and government-aided schools in the state.

As per the decision of the state government, from the current academic year (2025-26), students studying from class 1 to 8 in government and government-aided schools will be provided with 1 pair of shoes, 2 pairs of socks, one T-shirt and track pants, one cap (with branding) and one i-card at a cost of Rs 500 per head. These items will be distributed under the PMShri scheme of the central government and the Gangadhar Meher Education Standard Improvement Scheme of the state government.

The government has decided to implement a new i-card from the current academic year. The i-card or identity card will be completely in Odia language. The ID card will have the state government and PM Shri logos, along with the name and address of the school, student’s name, class and roll number, date of birth, blood group, father’s and mother’s name, mobile phone number, Aadhaar number and address, and the signature of the school principal. It has been stated that this identity card is necessary for entry into the school premises. Similar identity cards have been prepared not only for students but also for teachers.

ଆସିଲା ନୂଆ ନିୟମ |ଏଥର ସରକାରୀ ସ୍କୁଲର ଛାତ୍ରଛାତ୍ରୀଙ୍କ ଶିକ୍ଷକ ବି ପିନ୍ଧିବେ ଆଇ କାର୍ଡ

New rules for government schools in Odisha 2025ସରକାରୀ  ପ୍ରାଥମିକ ସ୍କୁଲ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ପାଇଁ ଚଳିତ ଶିକ୍ଷାବର୍ଷ(୨୦୨୫-୨୬)ରୁ ନୂଆ ପରିଚୟ ପତ୍ର(ଆଇକାର୍ଡ) ଲାଗୁ କରାଯାଇଛି |ସୂଚନାନୁଯାୟୀ,  କେନ୍ଦ୍ର ସରକାରଙ୍କ ପିଏମଶ୍ରୀ ଯୋଜନାର ‘ଲୋଗୋ’ ଥିବା ନିର୍ଦ୍ଧାରିତ ଫର୍ମାଟରେ ଏହି  ଆଇ କାର୍ଡ ପ୍ରସ୍ତୁତ କରିବା ନିମନ୍ତେ ଜିଲ୍ଲାସ୍ତରରେ ସମଗ୍ର ଶିକ୍ଷା ପ୍ରକଳ୍ପ ସଂଯୋଜକଙ୍କ ଦ୍ୱାରା ଟେଣ୍ଡର ଗ୍ରହଣ କରାଯାଇଛି |

ଓଡ଼ିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ଦ୍ୱାରା ରାଜ୍ୟର ସରକାରୀ ଓ ଅନୁଦାନପ୍ରାପ୍ତ ପ୍ରାଥମିକ ସ୍କୁଲ ଗୁଡ଼ିକରେ ଏହି ନୂଆ ଆଇକାର୍ଡ ସହ ‘ହାଉସ୍ ୟୁନିଫର୍ମ’ ଓ ବିଦ୍ୟାବନ୍ତ ବିଦ୍ୟାର୍ଥୀ,ବିକଶିତ ଓଡ଼ିଶା’ଲେଖାଥିବା ‘ଟୋପି’ ମଧ୍ୟ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯିବ ସହ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି |

ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ  ସରକାରଙ୍କ ତରଫରୁ ଏହି  ଆଇକାର୍ଡ, ୟୁନିଫର୍ମ, ବ୍ରାଣ୍ଡିଂ ସହ ଟୋପି, ଜେତା-ମୋଜା ଆଦି  ଯୋଗାଇ ଦିଆଯିବ |ତେବେ ଏହି ଆଇ କାର୍ଡର ରଙ୍ଗ ଗେରୁଆ ରଙ୍ଗ କରାଯିବର ସୂଚନା ମିଳିଛି |

New rules for government schools in Odisha 2025 ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶିକା ସଙ୍ଗୀତା ବେହେରା ଚଳିତମାସ ୨୬ତାରିଖରେ ସମସ୍ତ ଜିଲ୍ଲାର ଶିକ୍ଷାଅଧିକାରୀ ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କୁ ଚିଠି ଲେଖି ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ୟୁନିଫର୍ମ ଓ ଜୋତା ଆଦି ଉପକରଣ ବଂଟନ ସମ୍ପର୍କରେ ସୂଚନା ଦିଆଯାଇଛି |

ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ ଚଳିତ ଶିକ୍ଷାବର୍ଷ(୨୦୨୫-୨୬)ରୁ ସରକାର ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲଗୁଡ଼ିକରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ମୁଣ୍ଡପିଛା ୫୦୦ଟଙ୍କାରେ ୧ହଳ ଜୋତା, ୨ହଳ ମୋଜା, ଗୋଟିଏ ଟି-ସାର୍ଟ ଓ ଟ୍ରାକ୍ ପ୍ୟାଂଟ, ଗୋଟିଏ ଟୋପି(ବ୍ରାଣ୍ଡିଂ ସହ) ଓ ଗୋଟିଏ ଆଇକାର୍ଡ ପ୍ରଦାନ କରାଯିବ | କେନ୍ଦ୍ର ସରକାରଙ୍କ ପିଏମଶ୍ରୀ ଯୋଜନା ଓ ରାଜ୍ୟ ସରକାରଙ୍କ ଗଙ୍ଗାଧର ମେହେର ଶିକ୍ଷା ମାନକ ବୃଦ୍ଧି ଯୋଜନାରେ ଏହି ଉପକରଣ ବଣ୍ଟନ  କରାଯିବ |

ସରକାର ଏକ ନୂଆ ଆଇ କାର୍ଡକୁ ଚଳିତ ଶିକ୍ଷାବର୍ଷରୁ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି |ଆଇକାର୍ଡ ବା ପରିଚୟ ପତ୍ର ସମ୍ପୂର୍ଣ୍ଣ ଭାବେ ଓଡ଼ିଆ ଭାଷାରେ ରହିବ | ଆଇ କାର୍ଡରେ ରାଜ୍ୟ ସରକାର ଓ ପିଏମଶ୍ରୀ ଲୋଗୋ ରହିବା ସହ ସ୍କୁଲର ନାମ-ଠିକଣା, ଛାତ୍ରଛାତ୍ରୀଙ୍କ ନାମ-ଶ୍ରେଣୀ ଓ ରୋଲ୍ ନମ୍ବର, ଜନ୍ମ ତାରିଖ, ବ୍ଲଡ୍ ଗ୍ରୁଫ, ପିତା ଓ ମାତାଙ୍କ ନାମ, ମୋବାଇଲ୍ ଫୋନ୍ ନମ୍ବର, ଆଧାର ନମ୍ବର ଓ ଠିକଣା ରହିବା ସହ ସ୍କୁଲର ପ୍ରଧାନଶିକ୍ଷକଙ୍କ ଦସ୍ତଖତ ମଧ୍ୟ ରହିବ। ସ୍କୁଲ ପରିସରରେ ପ୍ରବେଶ ପାଇଁ ଏହି ପରିଚୟ ପତ୍ର ଜରୁରୀ ବୋଲି ଦର୍ଶାଯାଇଛି |କେବଳ ଛାତ୍ରଛାତ୍ରୀ ନୁହନ୍ତି ଶିକ୍ଷକମାନଙ୍କ ପାଇଁ ମଧ୍ୟ ଅନୁରୂପ ପରିଚୟ ପତ୍ର ପ୍ରସ୍ତୁତ ହୋଇଛି |

1 thought on “Positive Changes Ahead: New rules for government schools in Odisha 2025”

Leave a Comment

Your email address will not be published. Required fields are marked *

Scroll to Top